୨
ଏପିସି ମଣ୍ଡଲିର୍ କାତା
୧ ସେ କଇଲା, ଏପିସସ୍ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ସାତ୍ଟା ତାରାକେ ମୁଇ ମର୍ ଉଜାବାଟେ ଦାରିରଇବି । ସାତ୍ଟା ସୁନାର୍ ବତିଡାଣ୍ଡି ମଜାଇ ଇଣ୍ଡ୍ତେରଇବି । ୨ ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ । ୩ ଦୁକ୍ କସ୍ଟ ଆଇଲେ ମିସା ମର୍ ଲାଗି ମୁର୍ଚିକରି ରଇଲାସ୍ନି । ଆରି ବିସ୍ବାସ୍ ଚାଡାସ୍ନାଇ । ୪ ମାତର୍ ତମର୍ ଚଲାଚଲ୍ତିତେଇ ମକେ ଗଟେକ୍ ବିସଇ ବଲ୍ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍ କର୍ତେରଇଲାସ୍, ଏବେ ସେନ୍ତାରି କରାସ୍ ନାଇ । ୫ ମର୍ପାଇ ରଇବା ଡାଟ୍ ଆଲାଦ୍ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍ତୁ କର୍ତେରଇବା ନିକ କାମ୍ମନ୍ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍ଲେ, ମୁଇ ତମର୍ଟାନେ ଆଇବି ଆରି ତମର୍ ବତିଡାଣ୍ଡି ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଗୁଚାଇଦେବି । ୬ ମାତର୍ ତମର୍ ଗଟେକ୍ ବିସଇ ମକେ ନିକ ଲାଗ୍ସି । ତମେ ନିକଲାତିଅର୍ ଲକ୍ମନ୍ କର୍ବା କାମ୍ ଗିନ୍ କର୍ସା । ଜନ୍ଟାକି ମୁଇମିସା ବେସି ଗିନ୍ କର୍ବି । ୭ ✡ ୨:୭ ପର୍କାସିତ ୨୨:୨ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇକରି ସୁନା । ଜେ ଜିତ୍ସି, ତାକେ ମୁଇ ପର୍ମେସରର୍ ବାଡେ ପଲିରଇବା ଜିବନ୍ ଗଚର୍ ପଲ୍ କାଇବାକେ ଦେବି ।
ସୁମର୍ନା ମଣ୍ଡଲିର୍ କାତା
୮ ✡ ୨:୮ ପର୍କାସିତ ୧:୧୭;୨୨:୧୩ସୁମର୍ନା ମଣ୍ଡଲିକେ ଦେକାରକା କର୍ତେରଇବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ ଆରି ସାରାଇବା ଲକ୍ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍ ଅଇକରି ଉଟ୍ଲି । ୯ ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ । ୧୦ ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
୧୧ ✡ ୨:୧୧ ପର୍କାସିତ ୨୦:୧୪;୨୧:୮ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା । ଜନ୍ ଲକ୍ କାରାପ୍କେ ଆରାଇକରି ଜିତ୍ସି, ପଚର୍ ମରନେ ସେମନ୍ ଡଣ୍ଡ୍ ନ ପାଅତ୍ ।
ପର୍ଗାମ ମଣ୍ଡଲିର୍ କାତା
୧୨ ପର୍ଗାମ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ମର୍ଟାନେ ଆଚେ । ୧୩ ତମେ ଜନ୍ ନଅରେ ରଇଲାସ୍ନି, ସେଟା ସଇତାନର୍ ସାସନର୍ ଜାଗା ବଲି ମୁଇ ଜାନି । ମାତର୍ ସେନ୍ତାର୍ ଅଇଲେମିସା, ତମେ ମକେ ବିସ୍ବାସ୍ କଲାସ୍ନି । ବିସ୍ବାସେ ମର୍କାମ୍ କର୍ବା ଦାଙ୍ଗ୍ଡା ଆନ୍ତିପା ମର୍ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍ବାସ୍ ଚାଡାସ୍ନାଇ । ୧୪ ମାତର୍ ତମର୍ ଚଲାଚଲ୍ତିଟାନେ କେତଟା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମର୍ ବିତ୍ରେ କେତେକ୍ ଲକ୍ ବାଲାମର୍ ସିକିଆ ମାନ୍ଲାସ୍ନି । ଇସ୍ରାଏଲର୍ ଲକ୍ମନ୍କେ ପାପ୍ବାଟେ ଡାକିନେବାକେ, ସେ ବାଲାକ୍କେ ସିକାଇରଇଲା । ସେମନ୍କେ ମୁର୍ତିମନ୍କେ ସର୍ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍ କର୍ବାକେ ସେ ସିକାଇତେରଇଲା । ୧୫ ସେନ୍ତାରିସେ ତମର୍ ବିତ୍ରେ କେତେଲକ୍ ନିକଲାତିୟମନର୍ ସିକିଆ ମିସା ମାନ୍ଲାସ୍ନି । ୧୬ ଏବେ ତମର୍ ପାପେଅନି ବାଉଡା । ନଇଲେ ମୁଇ ତମର୍ଟାନେ ଦାପ୍ରେ ଆଇବି । ଆରି ମର୍ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍ ମୁଇ ସେ ଲକ୍ମନର୍ ବିରୁଦେ ଜୁଇଦ୍ କର୍ବି ।
୧୭ ✡ ୨:୧୭ ଜଅନ୍ ୬:୪୮-୫୦ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇ ସୁନା । ଜେ ଜିତ୍ସି, ସେମନ୍କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍ ଦବ୍ ପାକ୍ନା ମିସା ସେମନ୍କେ ଦେବି ।
ତିଆଟିରା ମଣ୍ଡଲିକେ କବର୍
୧୮ ତିଆଟିରା ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ପର୍ମେସରର୍ ପଅ ମୁଇ ଏ କବର୍ ମର୍ଟାନେଅନି ପାଟାଇଲିନି । ମର୍ ଆଁକି ଜଇପାରା ଜଗ୍ଜଗି ଗାଲାନି ଆରି ପାଦ୍ ରେତିରଇବା ପିତଲ୍ପାରା ଆଚେ । ୧୯ ତମର୍ ଚଲାଚଲ୍ତି ମୁଇ ଜାନି । ତମର୍ ଆଲାଦ୍, ସତ୍ ସଙ୍ଗ୍ କାମ୍ କର୍ବାଟା, ସେବା କର୍ବାଟା ଆରି ମୁର୍ଚିକରି ରଇବାଟା ମୁଇ ଜାନି । ଆଗ୍ତୁର୍ ଟାନେଅନି ଏବେ ଅଦିକ୍ ନିକ କଲାସ୍ନି ବଲି ମୁଇ ଜାନି । ୨୦ ମାତର୍ ତମର୍ ଚଲାଚଲ୍ତିତେଇ ଗଟେକ୍ ବିସଇ ମର୍ ମନ୍କେ ଜାଏନାଇ । ସେ ଜେଜେବଲ୍ ନାଉଁର୍ ମାଇଜିକେ ତମର୍ ଦଲେ ମିସାଇଲାସ୍ । ମୁଇ ନିଜେ ପର୍ମେସରର୍ ଦୁତ୍ ବଲାଇଅଇଲାନି । ମର୍ ଗତିଦାଙ୍ଗ୍ଡାମନ୍କେ ସେ ବେସିଆ କାମ୍ କର୍ବାକେ ସିକାଇଲାନି । ମୁର୍ତିମନ୍କେ ସର୍ପିଦେଇରଇବା କାଦି ମିସା କାଇବାକେ କଇଲାନି । ୨୧ ପର୍ମେସର୍ ଟାନେ ବାଉଡ ବଲି ମୁଇ ତାକେ ଜାଗ୍ଲି, ମାତର୍ ତାର୍ ବେସିଆ କାମ୍ କର୍ବାକେ ସେ ମନ୍ କଲା । ୨୨ ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି । ୨୩ ତାର୍ବାଟେ ଜାଇତେରଇବା ସବୁ ଲକ୍ମନ୍କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍ ଚିନ୍ତା ଆରି ମନ୍ ଜାନ୍ବା ଲକ୍ ମୁଇସେ ବଲି ସବୁ ମଣ୍ଡଲି ଜାନ୍ବାଇ । ତମେ କରିରଇବା କାମ୍ ଇସାବେ ମୁଇ ତମ୍କେ ବାଉଡାଇବି ।
୨୪ ମାତର୍ ତିଆଟିଆଇ ରଇବା, ତମେ ବାକି ଲକ୍ମନ୍ ଏ କରାପ୍ ସିକିଆ ମାନାସ୍ନାଇ । ସଇତାନର୍ ଟିକିନିକି ସିକିଆ ବଲି ଲକ୍ମନ୍ ମାନ୍ବା ସିକିଆ ତମେ ମାନାସ୍ନାଇ । ତେବର୍ପାଇ ତମେ ମାନ୍ବାକେ ବେସି ଆଦେସ୍ ମୁଇ ନ ଦେଇ । ୨୫ ମାତର୍ ମୁଇ ଆଇବା ଜାକ ତମେ ବିସ୍ବାସ୍ କଲାଟା ଡାଟ୍ ସଙ୍ଗ୍ ଦାରିରୁଆ । ୨୬ ଜେତ୍କି ଲକ୍ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍ ବାବାର୍ଟାନେଅନି ପାଇରଇବା ସମାନ୍ ଅଦିକାର୍ ସେମନ୍କେ ଦେବି । ୨୭ ରାଇଜ୍ମନ୍କେ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କରି ମାଟିର୍ ଆଣ୍ଡିପାରା ବାଙ୍ଗାଇବାକେ ମୁଇ ଅଦିକାର୍ ଦେବି । ୨୮ ଆରି ମୁଇ ସେମନ୍କେ ସାକ୍ଲିଆ ବେଲର୍ ତାରା ଦେବି । ୨୯ ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।