୫
ବିସ୍ବାସିମନର୍ତି କର୍ବା କାମ୍
୧ ତର୍ଟାନେଅନି ବୟସେ ବଡ୍ ରଇବା ଲକ୍କେ ଡାଟ୍ସଙ୍ଗ୍ ଦାକାପୁକା ଦେସ୍ନାଇ । ତାର୍ ବାଦୁଲେ ନିଜର୍ ବାବାକେ ବାବୁଜିଆ କଲାପାରା ସନ୍ମାନ୍ ସଙ୍ଗ୍ କର୍ । ବଇସେ ସାନ୍ ରଇଲା ଲକ୍ମନ୍କେ ନିଜର୍ ବାଇ ଇସାବେ କାତା ଅ । ୨ ବଇସେ ବଡ୍ ରଇବା ମାଇଜିମନ୍କେ ନିଜର୍ ମାଆ ପାରା ଆରି ଦାଙ୍ଗ୍ଡିମନ୍କେ ନିଜର୍ ବଇନି ପାରା ମାନିକରି ର । ସେମନ୍କେ ମନେ ମନେ ମିସା ପାପ୍ ଇସାବେ ଦେକ୍ନାଇ ।
୩ ରାଣ୍ଡିଜୁଣ୍ଡିମନ୍କେ ସନ୍ମାନ୍ ଦେକାଇ ଜତନ୍ କର୍ । ୪ ଜଦି କନ୍ ରାଣ୍ଡିମାଇଜିକେ ପିଲାଟକି କି ନାତିତିତି ରଇଲେ, ସେମନ୍ ନିଜର୍ କୁଟୁମର୍ ଲକ୍ ଇସାବେ ତାକେ ଜତନ୍ କରତ୍ । ସେନ୍ତାରି ସେମନ୍ ଆୟା ବାବାମନ୍କେ ଆରି ଆନିଦାଦିମନ୍କେ ତାକର୍ ଆଲାଦ୍ ବାଉଡାଇ ଦେଅତ୍ । ଏଟା ପର୍ମେସର୍କେ ସାର୍ଦା କରାଇସି । ୫ ଜନ୍ ରାଣ୍ଡିମାଇଜି ଜାକେ କି ଆକାସାକା ନାଇ, ସେ ପର୍ମେସର୍କେ ଆସାକରିଆଚେ, ସେ ଦିନ୍ରାତି ତାକେ ଗୁଆରିକଲାନି, ତାକେସେ ମଣ୍ଡଲିର୍ ବିସ୍ବାସିମନ୍ ଜତନ୍ କର୍ବାର୍ ଆଚେ । ୬ ମାତର୍ ଗଟେକ୍ ରାଣ୍ଡି ମାଇଜି ଅବ୍କା ନିଜେ କର୍ବା ବିସଇ ମନ୍କରି, ପର୍ମେସର୍ ତାକେ ଜନ୍ଟା କର ବଲି ମନ୍ କଲାନି, ସେଟା ନ କରିରଇଲେ, ସେ ବଁଚିରଇକରି ମିସା ମଲା ସମାନ୍ ଆଚେ । ୭ ରାଣ୍ଡି ମାଇଜିମନର୍ ଜତନ୍ ପାଇ ମୁଇ ଜେତ୍କି ଆଦେସ୍ ଦେଲିଆଚି, ସେଟା ସବୁ ମାନା ବଲି ବିସ୍ବାସିମନ୍କେ ତିଆର୍ । ଜେନ୍ତାରିକି ସେମନ୍କେ କେ ମିସା ନିନ୍ଦା କରି ନାପାରତ୍ । ୮ କେ ଜଦି, ତାର୍ ନିଜର୍ ଲକ୍ମନ୍କେ କି କୁଟୁମର୍ ଲକ୍ମନ୍କେ ଲଡାକେ ରଇବା ବିସଇ ନ ଦେଲେ, ସେ ଜନ୍ଟା ବିସ୍ବାସ୍ କଲିନି ବଲି କଇସି, ସେ ସତଇସେ ସେଟା ବିସ୍ବାସ୍ କରେନାଇ । ସେ ବିସ୍ବାସ୍ ନ କରିରଇବା ଲକର୍ଟାନେଅନି ଅଦିକ୍ ଇନ୍ ।
୯ ଗଟେକ୍ ରାଣ୍ଡି ମାଇଜି କଡେଚାରି ବରସ୍ ନ ଅଇତେ, ତାକେ ରାଣ୍ଡି ବଲି ଲେକା କର୍ବାର୍ ନାଇ । ସେ ଗଟେକ୍ ମୁନୁସର୍ ସଙ୍ଗ୍ସେ ମିସିରଇବାର୍ଆଚେ । ୧୦ ବିନ୍ ଲକ୍ ଦେକ୍ବା ଇସାବେ, ସେ ବେସି ଦରମ୍ ଅଇ, ବିନ୍ ଲକ୍କେ ସାଇଜ କର୍ବାର୍ ଆଚେ । ଜେନ୍ତାରି କି ନିଜର୍ ପିଲାମନ୍କେ ନିକ ସଙ୍ଗ୍ ବଡାଇରଇସି, ଆଇଲା ଲକ୍ମନ୍କେ ଗତିଆ ଇସାବେ ଡାକ୍ସି, ପର୍ମେସରର୍ ସୁକଲ୍ ଲକ୍ମନର୍ ଗଡ୍ ଦଇଦେଇସି, ଦୁକ୍ କସ୍ଟେ ରଇବା ଲକ୍ମନ୍କେ ସାଇଜ କର୍ସି, ଲକ୍ମନ୍କେ ସାଇଜ କର୍ବାକେ ବିନ୍ ବିନ୍ କାମ୍ କର୍ତେରଇସି ।
୧୧ ଡକ୍ରି ନ ରଇବା ରାଣ୍ଡିମନ୍କେ ରାଣ୍ଡି ଇସାବେ ଲେକା କର୍ ନାଇ । କାଇକେବଇଲେ ସେମନ୍ ରାଣ୍ଡି ଇସାବେ କିରିସ୍ଟକେ ସେବା କର୍ବି ବଲି କାତା ଦେଇରଇଲେ ମିସା, ମୁନୁସର୍ ସଙ୍ଗ୍ ରଇବି ବଲି ମନ୍ ଆଇଲେ, ଆଗ୍ତୁ ଦେଇରଇବା କାତା ପାସ୍ରିଜାଇ ଆରିତରେକ୍ ବିବା ଅଇବାକେ ମନ୍ କର୍ବାଇ । ୧୨ ଆରିତରେକ୍ ବିବା ଅଇଲାର୍ ପାଇ ସେମନ୍ ଦସି ଅଇବାଇ । କାଇକେବଇଲେ, ସେମନ୍ ଆଗ୍ତୁ ଦେଇରଇବା କାତା ପୁରାପୁରୁନ୍ କରତ୍ ନାଇ । ୧୩ ଏଟାର୍ ମିସ୍ତେ ସେମନ୍ ଅଲସ୍ ଅଇବାଟା ସିକ୍ବାଇ । ଆର୍ ଗରେ ତାର୍ ଗରେ ଜାଇ ବେଲା ବିତାଇବାଇ । ତିପୁଲ୍ କାତା କଇ ବିନ୍ ଲକର୍ ବିସଇ କାତାବାର୍ତା ଅଇବାଇ । ୧୪ ତେବର୍ପାଇ ଡକ୍ରି ନ ରଇବା ରାଣ୍ଡିମନ୍କେ ମୁଇ ତିଆର୍ଲିନି, ଆରିତରେକ୍ ଗର୍ ବସାଇ ପିଲାଟକିର୍ ଜତନ୍ କରା । ସେନ୍ତାରି କଲେ ଆମର୍ ବିରଦିମନ୍ ଆମ୍କେ ନିନ୍ଦା ନ କରତ୍ । ୧୫ କାଇକେବଇଲେ ସେମନ୍ ପର୍ମେସରର୍ ଟାନେଅନି ଦୁରିକେ ଜାଇ ସଇତାନର୍ ସଙ୍ଗ୍ ଜିଇବାକେ ଆରାମ୍ କଲାଇ ଆଚତ୍ । ୧୬ ଜଦି କନ୍ଆଲେ ମାଇଜି କିରିସ୍ଟକେ ବିସ୍ବାସ୍ କର୍ସି, ଆରି ତାର୍ କୁଟୁମେ ରାଣ୍ଡିମାଇଜିମନ୍ ରଇବାଇ, ସେ ଆକା ସେମନ୍କେ ସାଇଜ କର୍ବାର୍ ଆଚେ । ବିନ୍ ବିସ୍ବାସିମନ୍ ସେ ଦାଇତ୍ ନେଇ କରତ୍ ବଲି ସେ ଆସା କର୍ବାର୍ ନାଇ । ଏଟା ଜେନ୍ତାରିକି ଜାକେ ଆକାସାକା ନ ରଅତ୍ ସେମନ୍କେ ବିସ୍ବାସିମନ୍ ଜତନ୍ କରିପାରତ୍ ।
୧୭ ଜନ୍ ପାର୍ଚିନ୍ମନ୍ ମଣ୍ଡଲିର୍ ନେତା ଅଇ ଡାକିନେଲାଇନି, ସେମନ୍ ଦୁଇଗୁନ୍ ବୁତି ପାଇବା ଦର୍କାର୍ । କାଇକେବଇଲେ ସୁବ୍କବର୍ ଜାନାଇବାଟା ଆରି ସିକାଇବାଟା ସେମନ୍କେ ଦାଇତ୍ ଇସାବେ ଦେଲାଇ ଆଚତ୍ । ୧୮ ✡ ୫:୧୮ ମାତିଉ ୧୦:୧୦; ଲୁକ୍ ୧୦:୭ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା । ୧୯ ଗଟେକ୍ ପାର୍ଚିନ୍ ବିରୁଦେ ନିନ୍ଦା କାତା ଉଟ୍ଲେ, ଦୁଇ କି ତିନିଲକର୍ ସାକି ନଇଲେ, ସେଟାକେ ମାନ୍ ନାଇ । ୨୦ ପାପେ ରଇବା ଗଟେକ୍ ପାର୍ଚିନ୍କେ ସବୁର୍ ମୁଆଟେ ଲାଗ୍ । ଜେନ୍ତାରିକି ବିନ୍ ପାର୍ଚିନ୍ମନ୍ ସେନ୍ତାରି ପାପ୍ କର୍ବାକେ ଡର୍ବାଇ ।
୨୧ ଆମର୍ ବାବା ପର୍ମେସର୍ ଜିସୁକିରିସ୍ଟ ଆରି ସେ ବାଚିରଇବା ଦୁତ୍ମନ୍କେ ସାକିକରି ମୁଇ ତକେ ତିଆର୍ଲିନି, ମୁଇ ତିଆର୍ଲା ଏ ସବୁ ବିସଇ କାଇ ବଡ୍ସାନ୍ ନ ଦେକିକରି କର୍ । ୨୨ ଗଟେକ୍ ଲକ୍କେ ପରିକା ନ କର୍ବା ଜାକ ତାକେ ମୁକିଅ ଇସାବେ, ତର୍ ଆତ୍ ତାର୍ ମୁଣ୍ଡେ ସଙ୍ଗଇ, ସେବା କାମର୍ ପାଇ ସରପ୍ ନାଇ । ନଇଲେ ତାର୍ ପାପର୍ ପାଇ, ତୁଇ ଦାଇ ଅଇସୁ । ତୁଇ ନିଜେ ପାପ୍ ନ କର୍ବାକେ ଜାଗ୍ରତ୍ ର ।
୨୩ ଆରି ଚୁଚା ପାନି ନ କାଇକରି ତର୍ ପେଟର୍ ଲାଗି ଅଲପ୍ ଅଙ୍ଗୁର୍ ମଦ୍ ମିସା କାଆ । କାଇକେବଇଲେ ତୁଇତା ସବୁବେଲେ ନିକ ରଉସ୍ ନାଇ ।
୨୪ କେତେ ଲକ୍ ସବୁର୍ ଦେକ୍ତେ ପାପ୍ କଲାଇନି । ଜେନ୍ତିକି ତୁଇ ସେଟା ଜାନିପାର୍ଲୁସ୍ନି । ସେମନର୍ ଚଲାଚଲ୍ତି ପରିକା କର୍ବା ଆଗ୍ତୁ, ତୁଇ ସେଟା ଜାନ୍ସୁ । ମାତର୍ ଆରି କେତେଲକର୍ ପାପ୍ ବେସି ଦିନ୍ ଅଇଲେ ମିସା ଜାନି ନଏଁ । ୨୫ ସେନ୍ତାରିସେ କେତେ ଲକ୍ କର୍ବା ନିକ ବିସଇ ସବୁକେ ଡିସ୍ସି । ସେମନ୍ କର୍ବା ନିକ ବିସଇ ଦାପ୍ରେ ନ ଡିସ୍ଲେ ମିସା କେତେଦିନ୍ ପଚେ, ସେଟା ଲକ୍ମନ୍ ଜାନ୍ବାଇ ।